ଦୟାର ଅବତାର ଉତ୍କଳମଣି ଗୋପବନ୍ଧୁ


ଏକଦା ଉତ୍କଳମଣି ଗୋପବନ୍ଧୁ ଦାସ ତାଙ୍କର ବନ୍ଧୁ ମାନଙ୍କ ସହିତ ଏକ ଭୋଜିର ଆୟୋଜନ କରାଇ ଥିଲେ । ଏବଂ ବନ୍ଧୁ ମାନଙ୍କ ସହ ଏକାଠି ବସି ଭୋଜନ କରୁଥିବା ସମୟରେ ବାହାରୁ ଜଣେ ଭିକାରୀର ଡାକ ଶୁଭିଲା, “ବାବୁ ଖାଇବାକୁ ଗଣ୍ତେ ମିଳୁ ଦୁଇଦିନ ହେଲା କିଛି ଖାଇ ନାହିଁ” ଏହି କଥାକୁ ଅନ୍ୟ ବନ୍ଧୁମାନେ କେହି ବି ଜଣେ କର୍ଣ୍ଣପାତ ନକରି ନିଜ ନିଜର ଖାଇବାରେ ଲାଗି ପଡିଥାନ୍ତି । ସମସ୍ତ ଭୋଜନକୁ ବନ୍ଧୁମାନେ ସମାନ ଭାବେ ବାଣ୍ଟି ନେଇଯାଇ ଥିବାରୁ ଆଉକିଛି ବଳକା ନଥାଏ । କିନ୍ତୁ ଗୋପବନ୍ଧୁ ଆଉ ଧୈର୍ଯ୍ୟ ଧରି ରହିପାରିଲେ ନାହିଁ,  ସଙ୍ଗେ ସଙ୍ଗେ ପତ୍ର ସହିତ ନିଜର ସମସ୍ତ ଖାଦ୍ୟକୁ ନେଇ ଭିକାରୀକୁ ଦେଲେ ଓ ଖାଇବାକୁ ଅନୁରୋଧ କଲେ । ଭିକାରୀଟି ମହା ଆନନ୍ଦରେ ଭୋଜନ କରିବାକୁ ଲାଗିଲେ । ଏବଂ ଗୋପବନ୍ଧୁ ଭିକାରୀଟିର ଦୁର୍ଦ୍ଦଶା ଦେଖି ଦୁଃଖରେ ଭାଙ୍ଗି ପଡିଲେ । ଅନ୍ୟ ବନ୍ଧୁ ମାନେ ଗୋପବନ୍ଧୁଙ୍କର ଏଭଳି ଉଦାରତାକୁ ଦେଖି ଲଜ୍ଜିତ ହେବା ସହ ନିଜ ନିଜର ଭୁଲ୍ ବୁଝି ପାରିଲେ ।

No comments:

Post a Comment

Please can you let me know if you have any inputs, comments, and concern? I look forward to hearing from you.

Instagram Live