ହୀରାକୁଦ : ପୃଥିବୀର ଦୀର୍ଘତମ ନଦୀବନ୍ଧ ଯୋଜନା


୧୯୩୬ ମସିହାର ପ୍ରଳୟଙ୍କାରୀ ବନ୍ୟା ପରେ ପରେ ସୁଦକ୍ଷ ଭାରତୀୟ ଇଞ୍ଜିନିଅର ଏମ॰ ବିଶ୍ଵେଶ୍ଵରାୟ ମହାନଦୀ ଅବବାହିକାର ବନ୍ୟା ନିୟନ୍ତ୍ରଣ ପାଇଁ ହୀରାକୁଦ ନଦୀବନ୍ଧ ଯୋଜନାର ପ୍ରସ୍ତାବକୁ ସୁପାରିସ କରିଥିଥିଲେ । ବନ୍ୟା ନିୟନ୍ତ୍ରଣ ସହିତ କୃଷି ଓ ଜଳସେଚନର ଉନ୍ନତ୍ତି ସାଧନ ଥିଲା ଏହି ଏହି ବହୁମୂଖୀ ନଦୀବନ୍ଧ ପ୍ରକଳ୍ପର ଲକ୍ଷ । ୧୯୪୬ ମସିହା ମାର୍ଚ୍ଚ ମାସ ୧୫ ତାରିଖରେ ଓଡିଶାର ତତ୍କାଳୀନ ରାଜ୍ୟପାଳ ସାର ହାୱାଥ୍ରୋନ ଲେବିଶି ହୀରାକୁଦ ନଦୀବନ୍ଧ ଯୋଜନାର ଭିତିପ୍ରସ୍ତର ସ୍ଥାପନ କରିଥିଲେ । ୧୯୪୭ ମସିହା ଜୁନ ମାସରେ ଏହି ନଦୀବନ୍ଧ ପ୍ରକଳ୍ପର ଚୁଡାନ୍ତ ରିପୋର୍ଟ ସରକାରଙ୍କୁ ପ୍ରଦାନ କରଯାଇଥିଲା । ପଣ୍ଡିତ ଜବାହରଲାଲ ନେହେରୁଙ୍କ ଉପସ୍ଥିତିରେ ଏହି ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ କଂକ୍ରିଟ କାର୍ଯ୍ୟ ୧୯୪୮ ମସିହା ଏପ୍ରିଲ ମାସ ୧୨ ତାରିଖରେ ଆରମ୍ଭ ହୋଇ ୧୯୫୩ ମସିହାରେ ଶେଷ ହୋଇଥିଲା । ତତ୍କାଳୀନ ସମୟରେ ଏହି ନଦୀବନ୍ଧ ପ୍ରକଳ୍ପର ଆର୍ଥିକ ମୂଲ୍ୟ ଥିଲା ୧୦୦୦॰୨୦ ମିଲିୟନ । ଏବଂ ୧୯୫୬ ମସିହାରେ ଏହି ପ୍ରକଳ୍ପରୁ ବିଦ୍ୟୁତ ଶକ୍ତି ଉତ୍ପାଦନ ଓ ଜଳସେଚନର ବିସ୍ତୃତକରଣ କାର୍ଯ୍ୟ ଆରମ୍ଭ ହୋଇ ୧୯୬୬ ମସିହାରେ ସଂପୂର୍ଣ୍ଣ ହୋଇଥିଲା । ଓଡିଶାର ହୀରାକୁଦ ନଦୀବନ୍ଧ ଯୋଜନା ସମ୍ବଲପୁର ଠାରୁ ୧୫ କିଲୋମିଟର ଦୂରରେ ଅବସ୍ଥିତ । ୨୫॰୮୦  କିଲୋମିଟର ଦର୍ଘ୍ୟ ବିଶିଷ୍ଟ ଏହି ନଦୀବନ୍ଧର ଜଳ ସଂରକ୍ଷଣ କ୍ଷମତା ହେଉଛି ୫୮୧୮ ମିଟର ।  ଏହା ଭାରତର ସବୁଠାରୁ ବୃହତ୍ତମ ଓ ପୃଥିବାର ସବୁଠାରୁ ଦୀର୍ଘତମ ନଦୀବନ୍ଧ ପ୍ରକଳ୍ପ ।

No comments:

Post a Comment

Please can you let me know if you have any inputs, comments, and concern? I look forward to hearing from you.

Instagram Live