ନିର୍ମଳଝର - ଉତ୍କଳୀୟ କଳା ଚାତୁରୀର ଜ୍ଵଳନ୍ତ ନମୁନା


ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ଠାରେ ଥିବା ନିର୍ମଳଝର ଖୁବ ସୁନ୍ଦର ଏବଂ ମନୋରମ ସ୍ଥାନ । ପୂର୍ବ ଘାଟ ପର୍ବତ ମାଳାର ବଡଘାଟି ପର୍ବତ ଅଞ୍ଚଳରେ ଏହି ସ୍ଥାନଟି ଅବସ୍ଥିତ । ନିର୍ମଳ ଝର ଭଳି ଏକ ସୁନ୍ଦର ଝରଣା ସହିତ ଏଠାରେ ଅନେକ ଗୁଡିଏ ହିନ୍ଦୁ ଦେବା ଦେବୀ ମନ୍ଦିର ମାନ ରହିଅଛି ଯଥା ଜଗନ୍ନାଥ ମନ୍ଦିର, ବିମଳା ମନ୍ଦିର, ରାଧାକୃଷ୍ଣ ମନ୍ଦିର, ନୀଳକଣ୍ଠେଶ୍ଵର ମନ୍ଦିର, ସୂର୍ଯ୍ୟ ନାରାୟଣ ମନ୍ଦିର ଏବଂ ଗଣେଶ ମନ୍ଦିର । ଏହି ମନ୍ଦିର ଗୁଡିକ ସପ୍ତଦଶ ଶତାବ୍ଦୀରେ ଖଲ୍ଲିକୋଟର ତତ୍କାଳୀନ ରାଜା ବାଲୁଙ୍କେଶ୍ଵର ମହାରାଜାଙ୍କ ଦ୍ଵାରା ନିର୍ମିତ୍ତ ହୋଇଥିଲା । ମା ବିମଳା ଦେବୀ ହେଉଛନ୍ତି ଏହି ସ୍ଥାନର ଅଧିଷ୍ଠାତ୍ରୀ ଦେବୀ । ନୀଳକଣ୍ଠେଶ୍ଵର ମନ୍ଦିରର କାରୁକାର୍ଯ୍ୟ ଖୁବ ଆକର୍ଷଣୀୟ । ଏହାଛଡା ସ୍ନାନ ମଣ୍ଡପ, ମଗର ମଣ୍ଡପ ଓ ଦୋଳ ମଣ୍ଡପର ନିର୍ମାଣ ଶୈଳୀ ଏବଂ କାରୁକାର୍ଯ୍ୟ ହେଉଛି ଉତ୍କଳୀୟ ଶିଳ୍ପୀ ଚତୁରୀର ଏକ ସ୍ଵତନ୍ତ୍ର ନିଦର୍ଶନ । ଏହାଛଡା ନିର୍ମଳଝର ପରିସର ମଧ୍ୟରେ ଥିବା ଜଳ କୁଣ୍ଡ ଗୁଡିକ ହେଉଛି ଏଠାର ମୁଖ୍ୟ ଆକର୍ଷଣ । ଗ୍ରୀଷ୍ମ ଋତୁରେ ଏହି କୁଣ୍ଡ ଗୁଡିକ ଶୁଷ୍କ ନହୋଇ ସମ୍ପୂର୍ଣ୍ଣ ଭାବେ ଜଳ ପୂର୍ଣ୍ଣ ଥାଏ । ଏହା ଓଡିଶାର ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳ ଭାବେ ପରିଚିତ ।

No comments:

Post a Comment

Please can you let me know if you have any inputs, comments, and concern? I look forward to hearing from you.

Instagram Live