ଓଡିଶାର ପ୍ରମୂଖ ବୌଦ୍ଧ କ୍ଷେତ୍ର


ଓଡିଶାର ମୁଖ୍ୟ ବୌଦ୍ଧ କ୍ଷେତ୍ର ଗୁଡିକ ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରୁ ଆରମ୍ଭ କରି ଖ୍ରୀଷ୍ଟପୂର୍ବ ଏକାଦଶ ଶତାବ୍ଦୀ ମଧ୍ୟରେ ବିସ୍ତାର ଲାଭ କରିଥିଲା । ମହାନଦୀ, ବ୍ରାହ୍ମଣୀ ଓ ଚିତ୍ରୋତ୍ପଳା ନଦୀ ଉପତ୍ୟକା ମାନଙ୍କରେ ଓଡିଶାର ପ୍ରମୂଖ ବୌଦ୍ଧ କ୍ଷେତ୍ର ଗୁଡିକ ଗଢି ଉଠିଥିଲା । ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରେ ସମ୍ରାଟ ଅଶୋକଙ୍କ ଦ୍ଵାରା କଳିଙ୍ଗ ଅଧିକୃତ ହେବାପରେ ତାଙ୍କ ଜୀବନରେ ଏକ ଅଦ୍ଭୂତପୂର୍ବ ପରିବର୍ତ୍ତନ ଆସିଥିଲା । ଦୟା ନଦୀ କୂଳରେ ସଂଗଠିତ କଳିଙ୍ଗ ଯୁଦ୍ଧର ବିଭୀଷିକା ସମ୍ରାଟ ଅଶୋକଙ୍କ ହ୍ରୁଦୟକୁ ଅତ୍ୟନ୍ତ ମର୍ମାହତ କରିଥିଲା ଯାହାଫଳରେ ସେ ଚଣ୍ଡାଶୋକରୁ ଧର୍ମାଶୋକକୁ ନିଜକୁ ପରିବର୍ତ୍ତିତ କରିଥିଲେ । ତା’ପର ଠାରୁ ସେ ବୌଦ୍ଧ ଧର୍ମର ପ୍ରଚାର ଓ ପ୍ରସାର ନିମନ୍ତେ ନିଜ ଜୀବନକୁ ମୃତ୍ତ୍ୟୁ ପର୍ଯ୍ୟନ୍ତ ନିଯୋଜିତ ରଖିଥିଲେ । ଧଉଳି ଗିରିର ବୌଦ୍ଧ କୀର୍ତ୍ତିରାଜି ହେଉଛି ତାଙ୍କର ଅନବଦ୍ୟ ସୃଷ୍ଟି । ଯାହାକି ପୃଥିବୀର ସର୍ବ ପୁରାତନ ବୌଦ୍ଧ କ୍ଷେତ୍ରର ସ୍ଵାକ୍ଷର ବହନ କରେ । ଏହାଛଡା ଯାଜପୁରର ଲାଙ୍ଗୁଡି ପାହାଡର ବୌଦ୍ଧ କିର୍ତ୍ତୀରାଜି ମଧ୍ୟ ଅନେକ ପ୍ରାଚୀନ । ଲଳିତଗିରି, ରତ୍ନଗିରି ଏବଂ ଉଦୟଗିରି ହେଉଛି ଓଡିଶାର ଅନେକ ପୁରାତନ ବୌଦ୍ଧ କ୍ଷେତ୍ର । ରତ୍ନଗିରି ହେଉଛି ଭାରତର ସର୍ବ ବୃହତ ବୌଦ୍ଧ କ୍ଷେତ୍ର । ଏଥିରୁ ଅନୁମେୟ ଓଡିଶା ଥିଲା ବୌଦ୍ଧ ଧର୍ମର ପେଣ୍ଠସ୍ଥଳ । ପ୍ରାଚୀନ କଳା, ସ୍ଥାପତ୍ୟ ଓ କରିଗରୀରେ ଓଡିଶାର ବାସିନ୍ଦା ଖୁବ ନିପୁଣ ଥିଲେ । ଆଉ ଓଡିଶା ଥିଲା ସମଗ୍ର ଭାରତରେ ସର୍ବଶ୍ରେଷ୍ଠ ସ୍ଥାନ ଯେଉଁଠି ଏହି ସବୁ କଳା, ସ୍ଥାପତ୍ୟର ବିକାଶ ନିମନ୍ତେ ଖୁବ ଅନୁକୂଳ ବାତାବରଣ ଥିଲା । ଲଳିତଗିରିର କଳା, ସ୍ଥାପତ୍ୟର ନଜିର ଭାରତର ଅନ୍ୟତମ ବୌଦ୍ଧ କିର୍ତ୍ତୀ ଅଜଂତା ଏବଂ ଏଲୋରା ଗୁମ୍ଫାରେ ମଧ୍ୟ ଦେଖିବାକୁ ମିଳେ ।

No comments:

Post a Comment

Please can you let me know if you have any inputs, comments, and concern? I look forward to hearing from you.

Instagram Live