ଜଣେ ହିଁ ଦର୍ଶକ ଜଣେ ବିଚାରକ

ଆମେ ସବୁ ଯେତେ ନେତା ଅଭିନେତା
ରଙ୍ଗମଞ୍ଚେ ଦୁନିଆଁର,
ରଚୁଛେ ନାଟକ ନିଜ କର୍ମ ନେଇ
ଫଳ କେବଳ ଆମର ॥୧॥

ନାହିଁ ଶେଷ ଦୃଶ୍ୟ ନାହିଁ ଯବନିକା
ଅନନ୍ତ ସେ ମହାଦୃଶ୍ୟ,
ବିଷୟରେ ଧର୍ମ ଅଧର୍ମର ଶିକ୍ଷା
ମିଳିଥାଏ ହିଁ ଅବଶ୍ୟ ॥୨॥

ଜଣେ ହିଁ ଦର୍ଶକ ଜଣେ ବିଚାରକ
ଅଟନ୍ତି ସେ ଜଗନ୍ନାଥ,
ଅଧର୍ମ ବିନାଶୀ ଧର୍ମର ପ୍ରତିଷ୍ଠା,
କରିବେ ହିଁ ଏକା ସେତ ॥୩॥

No comments:

Post a Comment

Please can you let me know if you have any inputs, comments, and concern? I look forward to hearing from you.

Instagram Live