ପ୍ରେମ

ପ୍ରେମ ଏମିତି ଏକ ଶବ୍ଦ
ସୃଷ୍ଟି କରିବାକୁ ସକ୍ଷମ ହୁଏ
କେଦାର ଗୌରୀଙ୍କ ଜୀବନ୍ତ ଉପନ୍ୟାସ

ପ୍ରେମ ଏମିତି ଏକ ପରିଭାଷା
ଯେତେ ଅସ୍ପଷ୍ଟ ହେଲେବି
ପଢି ହୋଇଯାଏ ତା’ର ପ୍ରତିଟି ସ୍ପନ୍ଦନ

ପ୍ରେମ ଏମିତି ଏକ ଅନୁଭବ
ଖେଳିଯାଏ ବସନ୍ତର ମୃଦୁ ଶିହରଣ
ସମଗ୍ର ଶରୀରରେ

ପ୍ରେମ ଏମିତି ଏକ ଭାବ
ଭରି ଦିଏ ଅଶ୍ରୁର ଉଜାଣି
ନୟନ ନୀଡର କୋଣରେ

ପ୍ରେମ ଏମିତି ଏକ ଝଡ
ଥରାଇ ଦିଏ ହୃଦୟର ସେଇ
ନିଭୃତ୍ତ ଇଲାକାର ତନ୍ତ୍ରୀ ସମୂହକୁ

ପ୍ରେମ ଏମିତି ଏକ ଜ୍ୟୋତି
ଜଳି ଜଳି ଦୂରୀଭୂତ କରେ
କୃଷ୍ଣା କବରୀର ନିବିଡ ଅନ୍ଧାକାରକୁ

ପ୍ରେମ ଏମିତି ଏକ ଯାତ୍ରା
ଥକା ମାରି ବସିଯିବାକୁ ଇଚ୍ଛାହୁଏ
ଜୀବନର ପାନ୍ଥଶାଳାରେ

ପ୍ରେମ ଏମିତି ଏକ ଶିଳ୍ପୀ
ସୃଷ୍ଟିକରେ କୋଣାର୍କର ତୁଳୀକଳ୍ପ
ଦୂର ଦିଗବଳୟର କାନ୍ଥରେ

ପ୍ରେମ ଏମିତି ଏକ ଅନୁଭୂତି
ସ୍ମୃତିର ଚଟାଣରେ ଲେଖିହେଇଯାଏ
ଅସରନ୍ତି ଇତିହାସ ଅଧ୍ୟାୟ

ପ୍ରେମ ଏମିତି ଏକ ମୂଲ୍ୟ
ଯାହାର କି ଆକଳନ ଅସମ୍ଭବ
ଦେଇ ହୁଏନା ମୂଲ୍ୟ ତା’ର

ପ୍ରେମ ଏମିତି ଏକ ସଜ୍ଞା
ଯାହାକି ଦେହରୁ ଦେହାତୀତ
ଶାଶ୍ଵତ, ଚିରନ୍ତନ ଓ ଅବିନଶ୍ଵର


No comments:

Post a Comment

Please can you let me know if you have any inputs, comments, and concern? I look forward to hearing from you.

Instagram Live