ପ୍ରେମ ଆମ ଚିରନ୍ତନ

ପରୀ ରାଇଜର ପରୀଟିଏ ତୁମେ
କିଣି ନେଇଛ ମୋ ମନ
ସଦା ରହିଗଲ ମୋ ମନ ମନ୍ଦିରେ
ପ୍ରେମ ଆମ ଚିରନ୍ତନ

ଭରିଦେଇ ଅଛ ଫଗୁଣର ବାସ୍ନା
ମହକି ଉଠୁଛି ମନ
ଜନମ ଜନମ ସାଥି ତୁମେ ମୋର
ଅପୂର୍ବ ଆମ ମିଳନ

ଭୁଲିବନି ପ୍ରିୟା କେବେ ବି ଜୀବନେ
ଆସୁ ଯେତେ ବାଧାବିଘ୍ନ
ସଦା ରହିଗଲ ମୋ ମନ ମନ୍ଦିରେ
ପ୍ରେମ ଆମ ଚିରନ୍ତନ

ଅଳସୀ ନଈର ଧାରଟିଏ ହୋଇ
ସାଗରେ ହୋଇଛ ଲୀନ
ପରୀ ରାଇଜର ପରୀଟିଏ ତୁମେ
କିଣି ନେଇଛ ମୋ ମନ
ସଦା ରହିଗଲ ମୋ ମନ ମନ୍ଦିରେ
ପ୍ରେମ ଆମ ଚିରନ୍ତନ

No comments:

Post a Comment

Please can you let me know if you have any inputs, comments, and concern? I look forward to hearing from you.

Instagram Live