ନୀରବ ପ୍ରତୀକ୍ଷା


ପ୍ରଥମ ଦେଖାରେ ଦେଇଅଛି ମନ
ହୃଦୟେ କରିଛ ଘର
ସେ ଘର ମନ୍ଦିରୁ ଶୁଭୁଅଛି ଆଜି
ତୁମ ସଙ୍ଗୀତର ସୁର

ବିଜନ ରାତିରେ ଖୋଜେ ଏଇ ମନ
ତୁମ ପ୍ରୀତି ଉପହାର
ରହିଛି ଅନାଇ ତୁମ ବାଟ ଚାହିଁ
ଆସିବକି ହୋଇ ମୋର

ରଖିଛି ସଜାଇ ମୋ ଘର ଚଟାଣ
ପ୍ରଣୟର ଉପବନ
ଅପେକ୍ଷିତ ରାତି ଖୋଜେ ତୁମ ପ୍ରୀତି
ଉତଫୁଲିତ ଏଇ ମନ

No comments:

Post a Comment

Please can you let me know if you have any inputs, comments, and concern? I look forward to hearing from you.

Instagram Live