ମୁଁ ରାତିର ରାଣୀଟିଏ


ତୁମପାଇଁ ସାଜିଛି ମୁଁ
ରାତିର ରାଣୀଟିଏ
ନା ମୋ ଇଚ୍ଛାରେ
ନା ତୁମ ଇଚ୍ଛାରେ
ପଚାରେ ମୁଁ ନିଜକୁ
ପଚାରେ ବି ତୁମକୁ
ହେଲେ ମିଳେନା ଉତ୍ତର
କୁହ, କହି ପାରିବ କିଏ.... ॥

କେବଳ ମୁଁ ରାତିର ସାଥୀଟିଏ
ସାୟାହ୍ନରେ ହୁଏ ବାଟବଣା
ନଥାଏ ମୋ ପ୍ରୀତିର ଠିକଣା
ଝୁରୁଥାଏ ଅଳସୀ ରାତିକୁ
ଚାପିରଖି ଛାତିର କୋହକୁ
କିନ୍ତୁ ଘୃଣିତ ଚାହାଣୀରେ
ମୁହଁ ଆଡେଇ ଚାଲିଯାଅ
କହି ମତେ ରୂପଜୀବିଟିଏ.... ॥

No comments:

Post a Comment

Please can you let me know if you have any inputs, comments, and concern? I look forward to hearing from you.

Instagram Live