ପଥଭ୍ରଷ୍ଟ ମଣିଷ

ରେ ମଣିଷ !
ତୁ ଆଜି ପଥଭ୍ରଷ୍ଟ...,
ଭୁଲି ଯାଇଛୁ ତୁ
ଦିବ୍ୟ ଚେତନାର
କାନ୍ତ କମନୀୟ ପଥ ॥

ଆକାଳିକ ସୁଖ ସ୍ଵାଚ୍ଛନ୍ଦ୍ୟର
ଅନିଶ୍ଚିତ ଭବିଷ୍ୟତ
ପାଲଟିଛି ତୋ ଜୀବନର ପୁଞ୍ଜି,
ବୟସ ରାଜପଥରେ
ତୋ ଯୌବନର ଦମ୍ଭିତ ଠାଣି
ପୁଣି ମଦ ମୋହର ଆକର୍ଷଣ
ବୁଣିଛି ତୋ ମଣିଷ ପଣିଆରେ
ବିଷ ଜହରର ମଞ୍ଜି ॥

ତୁ ଶୁଣି ପାରୁନୁ କି... ?
ମହାକାଳର ଆତଙ୍କିତ ସ୍ଵର,
ପାଲଟିଛୁ ଳୋଲୁପ ପିଶାଚ
କେବେ ବି ଶୁଭୁନି ତୋତେ
ଧର୍ଷିତାର କରୁଣ ଚିତ୍କାର ॥

ଆଉ ଡେରି କରନା... !
ଥରେ ଆକ୍ରମଣ କରି
ଚେଷ୍ଟାକର ତଡିବାକୁ,
ତତେ କାବୁ କରିନେଇଥିବା
ଉଦ୍ଭଟ ମାନସିକତାର ପିଶାଚକୁ ॥

No comments:

Post a Comment

Please can you let me know if you have any inputs, comments, and concern? I look forward to hearing from you.

Instagram Live