ଏସିଆ ମହାଦେଶର ସର୍ବ ବୃହତ୍ତମ କ୍ଷାରୀୟ ହ୍ରଦ ଚିଲିକାର ବିଶେଷତ୍ୱ


ମରାଳ-ମାଳିନୀ-ନୀଳାମ୍ବୁ ଚିଲିକା, ଏସିଆ ମହାଦେଶର ସର୍ବ ବୃହତ୍ତମ କ୍ଷାରୀୟ ହ୍ରଦ । ଓଡିଶାର ତିନିଗୋଟି ଜିଲ୍ଲା ପୁରୀ, ଗଂଜାମ ଓ ଖୋରଧାର ବିସ୍ତୀର୍ଣ୍ଣ ଅଂଚଳ ମଧ୍ୟରେ ଅବସ୍ଥିତ ଏହି ପ୍ରାକୃତିକ ହ୍ରଦଟି । ଶୀତଦିନେ ଏହାର ପ୍ରାକୃତିକ ଶୋଭା ଅତ୍ୟନ୍ତ ମନୋରମ । ବିଦେଶାଗତ ପକ୍ଷୀ ମାନଂକ ଆଗମନରେ ଏହା ପାଲଟିଯାଏ ପକ୍ଷୀ ମାନଂକର ସ୍ବର୍ଗ । ରାମସର ସମ୍ମିଳନୀରେ ଭାରତର ୧୯ ଗୋଟି ଆର୍ଦ୍ର ଭୁମି ମଧ୍ୟରୁ ଏହା ପ୍ରମୁଖ ଏବଂ ଅନ୍ୟତମ । ଏହା କେବଳ ପକ୍ଷୀ ମାନକଂର ବିଚରଣ ସ୍ଥଳ ନୁହେଁ, ଚିଲିକା ମଧ୍ୟରେ ପ୍ରାୟ ୭୫௦ ପ୍ରଜାତିର ଗଛଲତା ଓ ଗୁଲ୍ମ, ୧୨௦ ପ୍ରକାରର ପ୍ଲାଂକ୍ଟନ୍, ୩୯୯ ପ୍ରକାରର ହାଇଡ୍ରୋପ୍ଲାଂକ୍ଟନ୍, ୧୩୬ ପ୍ରଜାତିର ଗେଣ୍ଡା ଓ ଶାମୁକା, ୩୭ ପ୍ରଜାତିର ଜିଆ, ୨୮ ପ୍ରକାରର ଚିଂଗୁଡି, ୩୪ ପ୍ରକାରର କଂକଡା, ୨୬୯ ପ୍ରକାରର ମାଚ୍ଛ ଓ ୩௦ ପ୍ରକାରର ସରୀସୃପ ଅଛନ୍ତି । ଏହାଛଡା ୧௦௦ ରୁ ଉର୍ଦ୍ଧ ପ୍ରଜାତିର ପକ୍ଷୀ ଏହି ଚିଲିକା ବକ୍ଷରେ ବାସ କରିବା ସହ ୧୧୪ ପ୍ରଜାତିର ବିଦେଶାଗତ ପକ୍ଷୀ ମାନଂକର ସମାବେଶ ଏଠାରେ ହୋଇଥାଏ । ଏହା ଆନ୍ତର୍ଜାତିକ ସ୍ତରରେ ଏକ ଶ୍ରେଷ୍ଠ ପର୍ଯ୍ୟଟନ ସ୍ଥଳର ମାନ୍ୟତା ଲାଭ କରିଛି । ଚିଲିକା ମଧ୍ୟସ୍ଥ ଏକ ପାହାଡରେ କାଲିଜାଈ ଠାକୁରାଣୀ ହିନ୍ଦୁ ମାନଂକର ଆରାଧ୍ୟା ଦେବୀ ଭାବେ ବିରାଜିତା । ମକର ସଂକ୍ରାନ୍ତିରେ ଏଠାରେ ମକର ମେଳା ଅନୁଷ୍ଠିତ ହୋଇଥାଏ । ଓଡିଶାର ପ୍ରାକୃତିକ ବିଭବର ଗନ୍ତାଘର ଏହି ନୀଳାମ୍ବୁ ଚିଲିକା । କବି ଆଉ ଭାବୁକର ମନରେ ଏହାର ସ୍ପର୍ଶ ଖୁବ୍ ଜୀବନ୍ତ ଓ ଆବେଗପୁର୍ଣ୍ଣ ।

2 comments:

  1. ସଠିକ ତଥ୍ୟ ସଂଗ୍ରହ ଓ ସୁନ୍ଦର ରଚନା।

    ReplyDelete

Please can you let me know if you have any inputs, comments, and concern? I look forward to hearing from you.

Instagram Live