କବିତା - ସଭ୍ୟତାର ନୂଆ ରଙ୍ଗ



ଜୀବନର ରଙ୍ଗ ଯାଇଛି ବଦଳି
ଅତୀତ ଯାଇଛି ଚାଲି
ପ୍ରଥା ପରମ୍ପରା ସଂସ୍କୃତି ଭାବନା
ସବୁ ତ ଗଲେଣି ଭୁଲି

ଗୀତା ଭାଗବତ ଶୁଭୁନାହିଁ ଆଉ
ପଢିବାକୁ ବେଳ ନାହିଁ
ଆଈ ମାଆ ଆଉ କହୁନାହିଁ ଗପ
ମନରେ ତା ସୁଖ ନାହିଁ

ବିବେକର ମନ୍ତ୍ର ବୁଝି ହେଉନାହିଁ
ହୋଇଅଛି ମତିଭ୍ରମ
ନୀତି ନ୍ୟାୟ ସବୁ ଚୁଲିକି ଗଲେଣି
ହୋଇଛୁ ଆମେ ଅଧମ

ଆଧୁନିକତାର ଦ୍ୱାହି ଦେଇ ଆମେ
ଗଢିଛୁ ନୂଆ ସଭ୍ୟତା
କର୍ମକୁଢ଼ ସାଜି ଯନ୍ତ୍ର ସାହାରାରେ
ହୋଇଛୁ ନୂଆ କରତା

ମଦ ମାଂସ ଆଉ ପରକୀୟା ପ୍ରୀତି
ପାଲଟିଛି ଆକର୍ଷଣ
ତା ବିହୁନେ ଆଜି ଜୀବନ ଅସାର
ସବୁ ଅନର୍ଥ କାରଣ

ରଚନା - ଲକ୍ଷ୍ମୀନାରାୟଣ ପଟ୍ଟନାୟକ
ଦୂରଭାଷ - ୯୮୬୧୬୧୬୧୨୬ / ୯୪୩୭୧୮୩୯୩୭

No comments:

Post a Comment

Please can you let me know if you have any inputs, comments, and concern? I look forward to hearing from you.

Instagram Live